କବିତା : ରାସ୍ତା
ରାମକୃଷ୍ଣ
ଯିବାକୁ ମୋର ଜମା ଇଚ୍ଛା ନାହିଁ
ଯାହା ଅଛି ହଜିଯାଆନ୍ତି ତା ଭିତରେ
ଯାହା ନାହିଁ ତାକୁ ଭରି ଦିଅନ୍ତି
ସୁନ୍ଦର ସବୁ ମୋର କଳ୍ପନାରେ,
ଅଜସ୍ର ଇଚ୍ଛାଙ୍କ ଉତ୍ସବରେ
ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ
ବସି ରହିବା ତ ଦୂରର କଥା
ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ…