ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।
ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ (DFO)ପ୍ରକାଶ ଚାନ୍ଦ ଗୋଗିନେନି ଡେପୁଟି ଫରେଷ୍ଟ ରେଞ୍ଜର ହରମୋହନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ କୁ ଉକ୍ତ ସ୍ଥାନରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ ଘଟଣାସ୍ଥଳରେ ପହଞ୍ଚି ଦସମାଣିଆ ଗାଁର ସାପୁଆ ରଞ୍ଜନ ପ୍ରଧାନ (୪୦) ଙ୍କୁ ଗିରଫ କରିଥିଲା। ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଏହି ଅଜଗରଟିକୁ ରଂଜନ କାମାକ୍ଷାନଗରରୁ କାବୁ କରିଥିବା ଡିଏଫଓ ସୂଚନା ଦେଇଛନ୍ତି।
Comments are closed.