Latest Odisha News

BREAKING NEWS

ମାଳଦ୍ୱୀପକୁ ବଏକଟ୍ କରିବାକୁ ଫିଲ୍ମ ନିର୍ମାତାମାନଙ୍କୁ FWICEର ଅପିଲ୍, ଲାକ୍ଷାଦ୍ୱୀପ ରେ ସୁଟିଂ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ (FWICE) ବୁଧବାର ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପରେ ଶୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭାରତର ଲାକ୍ଷାଦ୍ୱୀପ ପରି ସ୍ଥାନରେ ସୁଟିଂ କରିବାକୁ ଏବଂ ଭାରତରେ ପର୍ଯ୍ୟଟନର ବିକାଶରେ ସହଯୋଗ କରିବାକୁ କହିଛି ।

ଜାନୁଆରୀ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତର ଯାଇ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଏହି ଫଟୋରେ ମାଳଦ୍ୱୀପର ଯୁବ ଅଧିକାର, ସୂଚନା ଓ କଳା ମନ୍ତ୍ରୀ ମରିୟମ ଶିଓନା ଏଥିରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଉତ୍ତେଜନା ବଢିବା ସହିତ ମାଳଦ୍ୱୀପ ସରକାର ସମଗ୍ର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଅନ୍ୟପକ୍ଷରେ ଭାରତର ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱମାନେ ମାଳଦ୍ୱୀପ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଦୃଢ ବିରୋଧ କରିଥିଲେ ।

FWICE ଦ୍ୱାରା ମାଳଦ୍ୱୀପକୁ ବୟକଟ୍ କରିବାର ନିଷ୍ପତ୍ତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । FWICE ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି, ‘ମାଳଦ୍ୱୀପର ତିନି ଜଣ ମନ୍ତ୍ରୀଙ୍କ ଆପତ୍ତିଜନକ ବିବୃତ୍ତି ଉପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀ, ଟେକନିସିଆନ ଓ କଳାକାରଙ୍କ ସବୁଠୁ ପୁରୁଣା ଓ ସର୍ବ ବୃହତ ସଂସ୍ଥା FWICE ବିଶ୍ୱସ୍ତରରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମାଳଦ୍ୱୀପ ମନ୍ତ୍ରୀଙ୍କ କଡା ଓ ଭୁଲ ମନ୍ତବ୍ୟକୁ ନିନ୍ଦା କରୁଛି ।

ରାଷ୍ଟ୍ର ଏବଂ ଏହାର ବ୍ୟାପକ ସଂସ୍କୃତି ସହିତ ଏକତା ଭାବ ଦେଖାଇ, FWICE ମାଳଦ୍ୱୀପ ଏବଂ ଏହାର ସୁଟିଂ ସ୍ଥାନଗୁଡିକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ପରିବର୍ତ୍ତେ, FWICE ଏହାର ସଦସ୍ୟମାନଙ୍କୁ ଭାରତର ସମାନ ସ୍ଥାନରେ ସୁଟିଂ କରିବାକୁ ଏବଂ ଭାରତରେ ପର୍ଯ୍ୟଟନର ବିକାଶରେ ସହଯୋଗ କରିବାକୁ ଅପିଲ କରିଛି ।

Leave A Reply

Your email address will not be published.