Latest Odisha News

BREAKING NEWS

ଜି-୨୦ ସମ୍ମିଳନୀ: ବାଇଡେନଙ୍କ ପାଇଁ ବୁକ ହେଲା ମୌର୍ଯ୍ୟ ହୋଟେଲର ୪୦୦ ରୁମ, ଅନ୍ୟମାନେ ରହିବେ କେଉଁଠି ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୯  ଏବଂ ୧୦ରେ ଦିଲ୍ଲୀରେ ହେବ ଆସାନ୍ତ G-20 ଶିଖର ସମ୍ମିଳନୀ । ସେଥିପାଇଁ ଦିଲ୍ଲୀର ହୋଟେଲ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ପ୍ରସିଦ୍ଧ ଆଇଟିସି ମୌର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବେରାଇ, ଦ ଲୋଧି, ଦ ଇମ୍ପାରିୟଲ, ଦ ମେରିଡିୟନ, ଶାଙ୍ଗରୀ-ଲା ଇରୋସ, ହୟାତ ରିଜେନ୍ସି, ଲୀଲା ପ୍ୟାଲେସ,  ଦ ଲଲିତ ଏବଂ ଦ କ୍ଲେରିଜେସ ପରି ବଡ ବଡ ହୋଟେଲ ୭ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପୁରା ବୁକ ହୋଇ ରହିଛି । ସେହିପରି ଦକ୍ଷିଣ ଦିଲ୍ଲୀ ଏବଂ ଏୟରୋସିଟ ଅଞ୍ଚଳରେ ମଧ୍ୟ ଅଧିକାଂଶ ହୋଟେଲ ସେପ୍ଟେମ୍ବର ମଧ୍ୟ ଭାଗ ଯାଏ ଆଜିଠାରୁ ବୁକ ହୋଇଗଲାଣି । ପ୍ରତ୍ୟେକ ହୋଟେଲ ତାର ଅତିଥିଙ୍କୁ ଭଲ ଆତିଥେୟତା ଯୋଗାଇ ଦେବାକୁ ଲାଗି ପଡିଛନ୍ତି ।

ଆସାନ୍ତ G-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ପାଇଁ ଆଇଟିସି ମୌର୍ଯ୍ୟରେ ୪୦୦ରୁ ଅଧିକ ରୁମ ବୁକ ହୋଇଛି । ଏହି ରୁମରେ ତାଙ୍କର ଅଧିକାରୀ ଏବଂ ବଡ ବଡ ଲୋକ ରହିବେ । ଆମେରିକା ରାଷ୍ଟ୍ରପତି ବାଇଡେନ ନିଜ ପ୍ରତିନିଧି ମଣ୍ଡଳ ଏବଂ ଅନ୍ୟ ଅତିଥିଙ୍କ ସହ ହୋଟେଲର ଭବ୍ୟ ଗ୍ରାଣ୍ଡ ପ୍ରେସିଡେନ୍ସଆଲ ସୁଟରେ ରହିବ । ସେଥିପାଇଁ ଆଇଟିସି ମୌର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ରିଜର୍ଭ କରାଯାଇଛି।

ସେହିପରି ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ଏଥର ଦିଲ୍ଲୀର ତାଜ ହୋଟେଲରେ ରହିବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ହୋଟେଲ ଶଙ୍ଗରୀ-ଲାରେ ରହିବେ । ଋଷି ସୁନକଙ୍କ ସ୍ୱତନ୍ତ୍ର ଅତିଥେୟତା ପାଇଁ ଶଙ୍ଗରୀ-ଲା ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ତାଙ୍କ ସହ ଜର୍ମାନର ଅଧିକାରୀ ମଧ୍ୟ ଏହି ହୋଟେଲରେ ରହିବେ  । ଫ୍ରାନ୍ସର ରାଷ୍ଟ୍ରପତି ଇମ୍ୟାନୁଏଲ ମାକ୍ରନ ଦିଲ୍ଲୀର କ୍ଲେରିଜେସ ହୋଟେଲରେ ରହିବେ । ମାକ୍ରନଙ୍କ ସହ ଏଠାରେ ଅନ୍ୟ ଅତିଥିମାନେ ବି ରହିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବାନିଜ ତାଙ୍କର ଗସ୍ତ ସମୟରେ ଦିଲ୍ଲୀର ଇଂପିରିୟଲ ହୋଟେଲରେ ରହିବେ ।

Leave A Reply

Your email address will not be published.