Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ ରେଡ୍ କରାଯାଉଛି  । ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହେବା ପରେ ଚଢାଉ କରାଯାଇଛି  ।

ଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ତଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା । ଏହାପରେ ଆଜି ଦୁଲଣାପୁରସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଛନ୍ତି  । ବ୍ୟାଙ୍କ ଆକାଉଣ୍ଟ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି , ସେ ନେଇ କୌଣସି ସୂଚନା ମିଳିନି  ।

Leave A Reply

Your email address will not be published.