Latest Odisha News

BREAKING NEWS

ରକ୍ଷାବନ୍ଧନ ଅବସରରେ ‘ଗଦର ୨’ ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି । ଏବେ ଏହାର ରୋଜଗାରକୁ ଆହୁରି ବଢ଼ାଇବାକୁ ନିର୍ମାତାମାନେ ନୂଆ ଯୋଜନା ଆପଣାଇଛନ୍ତି । ରକ୍ଷାବନ୍ଧନ ଅବସରରେ ଏହାର ନିର୍ମାତା ସ୍ୱତନ୍ତ୍ର ଅଫର ରଖିଛନ୍ତି । ତାହାହେଉଛି ୨ ଟିକେଟ କିଣିଲେ ଆଉ ୨ ଟିକେଟ ପୁରା ମାଗଣା ମିଳିବ ।

ଏହା ଜାଣିବାକୁ ପରେ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ଏଥିଲାଗି ଦର୍ଶକଙ୍କୁ ଏକ କୋଡ ବ୍ୟବହାର କରିବକୁ ହେବ । ଏହି ଅଫର ସମ୍ପର୍କରେ ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେପ୍ଟେ୍ଟମ୍ବର ୩ ତାରିଖ ଯାଏ ଏହି ଅଫର ଲାଗୁ ହେବ ପୋଷ୍ଟରେ କୁହାଯାଇଛି ।

ଗତ ୧୧ ତାରିଖରେ ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ୨୦୦୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ ହେଉଛି ‘ଗଦର-୨’ । ସେଥିରେ ବି ସନ୍ନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗଦର ଏକ୍ ପ୍ରେମ୍ କଥା’ର କାହାଣୀ ଇଣ୍ଡୋ-ପାକ୍ ବିଭାଜନ ପରେ ସକିନା ନାମକ ଜଣେ ମୁସଲମାନ ଯୁବତୀଙ୍କ ସହ ତାରା ସିଂହ ନାମକ ଜଣେ ଭାରତୀୟ ଶିଖ ଯୁବକଙ୍କ ସହିତ ପ୍ରେମକୁ ଚିତ୍ରଣ କରିଥିଲା ।‘ଗଦର’ରେ, ତାରା ସିଂହ ପାକିସ୍ତାନ ଯାଇ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣନ୍ତି ଏବଂ ବର୍ତ୍ତମାନ ‘ଗଦର ୨’ ରେ ସେ ପୁଣି ସୀମା ପାର ହୋଇଛନ୍ତି ନିଜ ପୁଅକୁ ଫେରି ପାଇବା ପାଇଁ ।

Leave A Reply

Your email address will not be published.