Latest Odisha News

BREAKING NEWS

ରିଲିଜ ହେଲା ‘ଗଦର ୨’ର ପ୍ରଥମ ସଙ୍ଗୀତ ‘ଉଡ଼ ଜା କାଲେ କାୱା’

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ ‘ଗଦର ୨’ ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ ‘ଗଦର’ ର ଏଭର ଗ୍ରୀନ ସଙ୍ଗୀତ ‘ଉଡ଼ ଜା କାଲେ କାୱା’ ‘ଗଦର ୨’ ପାଇଁ ନିର୍ମାଣ କରିଛନ୍ତି। ଏହା ସଙ୍ଗୀତ ରିଲିଜ ହେବା ପରେ ଦର୍ଶଙ୍କ ମଧ୍ୟରେ ଉତ୍ସାହ ବଢାଇଦେଇଛି। ଏହି ଗୀତର ଟିଜର ଲୋକଙ୍କ ମଧ୍ୟରେ କ୍ରେଜ ବଢିଥିବା ଦେଖିବାକୁ ମିଳିଥିଲା। ଦର୍ଶକମାନେ ପୁଣି ଥରେ ତାରା ଏବଂ ସକିନାର ପ୍ରେମ କାହାଣୀ ଦୁନିଆରେ ପ୍ରବେଶ କରିବାକୁ ଅଧିକ ଉତ୍ସାହିତ ଅଛନ୍ତି।

‘ଉଡ଼ ଜା କାଲେ କାୱା’ ଗୀତ ପ୍ରଥମେ ‘ଗଦର: ଏକ ପ୍ରେମ କଥା’ ଫିଲ୍ମରେ ରିଲିଜ ହୋଇଥିଲା। ଏହା କିଛି ସମୟ ମଧ୍ୟରେ ପ୍ରେମ ସଙ୍ଗୀତରେ ପରିଣତ ହୋଇଥିଲା ଏବଂ ଏହା ଭାରତୀୟ ସିନେମା ଇତିହାସର ଅନ୍ୟତମ ପ୍ରମୁଖ ଗୀତ ଅଟେ। ଆଜି ନିର୍ମାତାମାନେ ମୂଳ ଚଳଚ୍ଚିତ୍ରର ସଙ୍ଗୀତକୁ ପୁନଃ ନିର୍ମାଣ କରିବାର ସଂକଳ୍ପ ନେଇ ଗ୍ଲୋବାଲ୍ ହିଟ୍ ର ରିମେକ୍ ଲଞ୍ଚ କରିଛନ୍ତି। ‘ଉଡ ଜା କାଲେ କାୱା’ ଏକ କ୍ଲାସିକ୍ ଗୀତ ଥିଲା। ଯାହାକି ୨୨ ବର୍ଷ ପରେ ମଧ୍ୟ ତାରା ଏବଂ ସକିନା ମଧ୍ୟରେ ସୁନ୍ଦର କେମିଷ୍ଟ୍ରି ପରିଲକ୍ଷିତ ହେଉଛି।

ମୂଳ ଗୀତକୁ ସଙ୍ଗୀତ ସମ୍ରାଟ ଉଦିତ ନାରାୟଣ ଏବଂ ଅଲକା ୟାଗନିକ ଗାଇଥିଲେ। ଗୀତର ନୂତନ ସଂସ୍କରଣ ମିଥୁନଙ୍କ ଦ୍ୱାରା ପୁନଃ ନିର୍ମିତ ଏବଂ ପରିବେଷଣ କରାଯାଇଛି। ‘ଉଡ଼ ଜା କାଲେ କାୱା’ ମୂଳତଃ ଉତ୍କଳ ସିଂହଙ୍କ ଦ୍ୱାରା ରଚିତ। ଗୀତକୁ ଆନନ୍ଦ ବକ୍ସିଙ୍କ ଦ୍ୱାରା ଲେଖାଯାଇଥିଲା। ଏହାର ରୋମାଞ୍ଚକର କାହାଣୀ ପୁଣିଥରେ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରତିଜ୍ଞା କରିଛି। ନିକଟରେ ଫିଲ୍ମ ‘ଗଦର ୨’ର ଟିଜର ରିଲିଜ ହୋଇଥିଲା, ଯାହା ଆସିବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା।

୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମାଙ୍କ ଦ୍ୱାରା ‘ଗଦର 2’ ନିର୍ଦ୍ଦେଶନା ଦିଆଯାଇଛି। ସନି, ଅମିଶା ଏବଂ ଉତ୍କର୍ଷଙ୍କ ପରି ମୁଖ୍ୟ କଳାକାରମାନେ ଏହି ଫିଲ୍ମରେ ନିଜ ନିଜ ଭୂମିକାରେ ଫେରୁଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୧ ରେ ରିଲିଜ ହେବାକୁ ଯାଉଛି।

Comments are closed.