Latest Odisha News

BREAKING NEWS

ସୁନାବେଶରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ, କେଉଁଠି କେଉଁ ଗାଡି ପାର୍କିଂ କରିବେ

ପୁରୀ:   ସୁନାବେଶ ଦେଖିବାକୁ କେଉଁ ରୁଟରେ ଆସିବେ ପୁରୀ ?  କେଉଁ ଗାଡ଼ି କେଉଁଠି କରିବେ  ପାର୍କିଂ ? ଏ ନେଇ ସୂଚନା ଦେଇଛନ୍ତି   ଅତିରିକ୍ତ ଡିଜି ଅମିତାଭ ଠାକୁର । ଆଜି ସୁନାବେଶ । ପୁରୀରେ ଲକ୍ଷ ଲକ୍ଷ  ଭକ୍ତଙ୍କ ଭିଡକୁ ଦେଖି ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି ।

ଏଥର ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ ପରିଚାଳନା କରାଯିବ। ବିଶେଷକରି ବାଟଗାଁ ଓ ତାଳବଣିଆରେ ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ଖାସକରି ଟ୍ରଫିକ ବ୍ଯବସ୍ଥା  ଶୃଙ୍ଖଳିତ କରିବା ପାଇଁ ୫୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାନବାହନ ପ୍ରବେଶ ଉପରେ କଟକଣା କରାଯାଇଛି।

ଟୁରିଷ୍ଟ ବସ କେବଳ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ। ଅନ୍ୟପକ୍ଷେ ଭୁବନେଶ୍ବର ଆଡୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ମାଳତୀପାଟପୁର ଆରଓବି ଦେଇ ସଂସ୍କୃତ ମହାବିଦ୍ୟାଳୟ ଓ ତାଳଵଣିଆରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ବସ ଗୁଡିକ ତାଳବଣିଆରେ ପାର୍କିଂ କରିବେ। ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା କାର୍ ଓ ବାଇକ୍ ମେରାଇନଡ୍ରାଇଭ ଦେଇ ଯାତ୍ରୀକାରେ ପାର୍କିଂ କରିବେ।

ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବେ। ସେହିଭଳି ଭୁବନେଶ୍ବର ଆଡୁ ଆସୁଥିବା ବାଇକ୍ ମାଳତୀପାଟପୁର ଆରଓବି ଦେଇ ବ୍ଲୁଫ୍ଲାଗ ବିଚ୍ ଓ ନିଳାଦ୍ରୀ ବିଚରେ ପାର୍କିଂ କରିବେ।

ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ବି ଜାରି ହୋଇଛି ।  ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ମଧ୍ୟମ ଧୂପ ହେବ । ୩ଟା ୩୦ରେ ମଇଲମ, ୪ଟାରେ ସନ୍ଧ୍ୟା ଆଳତି, ୪ଟା ୩୦ରେ ଏକାଦଶୀ ସର୍ବାଙ୍ଗ, ୫ଟାରୁ ସାଢେ ୬ଟା ୩୦ ଭିତରେ ସୁନାବେଶ, ୮ଟାରୁ ୯ଟା ଭିତରେ ସନ୍ଧ୍ୟା ଧୂପ, ରାତି ୧୦ଟାରୁ ୧୧ ଭିତରେ ସୁନାବେଶ ମଇଲମ, ୧୧ଟା ୩୦ରେ ଚଣ୍ଡଲାଗି ଏବଂ ମଧ୍ୟାହ୍ନ ୯ଟାରେ ରହିଛି ବଡ ସିଂହାର ବେଶ ।

Leave A Reply

Your email address will not be published.