Latest Odisha News

BREAKING NEWS

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି ରଜରେ ରିଲିଜ୍ ହେବ । ପ୍ରଥମ ଭାଗ ରିଲିଜ୍ ପରେ ରାବଣର ଦ୍ୱିତୀୟ ଭାଗ ସୁଟିଂ ହେବ ବୋଲି କହିଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ରାବଣ ଫିଲ୍ମର କାହାଣୀ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ଲେଖିଛନ୍ତି । ରାବଣର ଟିଜର ରିଲିଜ୍ ହୋଇଛି । ଟିଜରରେ ଅନୁଭବଙ୍କୁ ଜେଲର ଅନ୍ଧାର କଠୋରୀରେ ଦେଖିବାକୁ ମିଳୁଛି । ଯେଉଁଥିରେ ଅନୁଭବଙ୍କ ଡାଇଲଗ୍ ରହିଛି ନିଜର ନିଜର ଫାଇଦା ପାଇଁ ତମମାନେ ମୋତେ ନାୟକରୁ ଖଳନାୟକ ସଜାଇଛ । ହେଲେ ପାଉଁଶ ତଳର ନିଆଁ ମୋ ଭିତରେ ବି କୁହୁଳୁଛି । ମୋତେ ବଦନାମ କରିଥିବା ଚରିତ୍ରମାନଙ୍କ ସହ ସବୁ ପୁରୁଣା ହିସାବ କିତାବ କରିବା ପାଇଁ ଆସୁଛି ମୁଁ ରାବଣ ।

ଫିଲ୍ମର କାହାଣୀ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଲେଖିଥିବା ବେଳେ ସେ ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ କହିଥିଲେ, କେମିତି କାହାଣୀକୁ ଫିଲ୍ମ କରିବାକୁ ଅନୁଭବ ପ୍ରସ୍ତାବ ଦେଇଥିଲେ । ଅନୁଭବ ଓ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଫିଲ୍ମ ରାବଣର ସୁଟିଂ ଆଗେଇ ଚାଲିଛି । ଏବେ ଅପେକ୍ଷା ପରଦାକୁ ଫିଲ୍ମ ରାବଣ ଆସିବା ପରେ କଣ ରହୁଛି ଦର୍ଶକଙ୍କ ପ୍ରତିକ୍ରିୟା ।

Leave A Reply

Your email address will not be published.