ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ସବୁଠି ଏବେ ଉତ୍ସବର ମାହୋଲ। ଅଧିକାଂଶ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜାପାଠ ଓ ଆରାଧନା । ଏଥର ୩୮ଟି ପୂଜା ମଣ୍ଡପରେ ଘଣ୍ଟ ଏବଂ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ସନ୍ଧ୍ୟାରେ କଳସଯାତ୍ରା ପରେ ମା’ଙ୍କୁ ଚକ୍ଷୁଦାନ କରାଯାଇ ଧନଦାତ୍ରୀଙ୍କୁ ଆବାହନ କରାଯାଇଛି । କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମା’ଙ୍କ ପୂଜା ।
ଢେଙ୍କାନାଳରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବ ଗଜଲକ୍ଷ୍ମୀ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାହାଲକ୍ଷ୍ମୀ । କୋରୋନା ପାଇଁ ଆଡମ୍ବରରେ ପୂଜା ନହେଲେ ମଧ୍ୟ ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜା କରାଯାଇ ରିତି ନୀତି ଅନୁସାରେ ପୂଜା ଚାଲିଛି । ଚଳିତ ବର୍ଷ ମଉଡ଼ମଣୀ ଭାବେ ପରିଚିତ ମୀନାବଜାର, ଗଣେଶ ବଜାର, କୈବଲ୍ୟ ବଜାର ଏବଂ ଗୁଡିଆନାଳୀ ପୂଜା ମଣ୍ଡପରେ ଚାନ୍ଦି ମେଢର ଆୟୋଜନ କରାଯାଇଛି । ସରକାରଙ୍କ ପୂଜା ଗାଇଡଲାଇନ ଅନୁସାରେ ପରଦା ଆଢୁଆଳ ଭିତରେ ମାତ୍ର ୭ଜଣ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ନୀତିକାନ୍ତି କରାଯାଉଛି ।
Comments are closed.