Latest Odisha News

BREAKING NEWS

ଗଜପତି: ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ

ଗଜପତି: ଗଞ୍ଜେଇ ଚାଷର ଗନ୍ତାଘର ସାଜିଛି ଗଜପତି ଜିଲ୍ଲା। ପ୍ରତିଦିନ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ସୂଚନା ମିଳୁଛି।

ଗୁରୁବାର ଦିନ ଏଠାରେ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ।

ସୁଚନାନୁଯାୟୀ, ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ବ୍ରାହ୍ମଣପଲ୍ଲୀ ଗାଁରେ ଗଞ୍ଜେଇ ଚାଷ ହେଉଥିବା ନେଇ ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା । ଏନେଇ ପୋଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରି ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।  ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.