Latest Odisha News

BREAKING NEWS

କୋହଲିଙ୍କ ବ୍ୟବହାରକୁ ଆଲୋଚନା କଲେ ଗମ୍ଭୀର

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସୁପର ୧୨ର ଏକ ମ୍ୟାଚରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ କୋହଲିଙ୍କ ଏକ ବ୍ୟବହାର ନେଇ ପୂର୍ବତନ ଓପନ ଗୌତମ ଗମ୍ଭୀର ସମାଲୋଚନା କରିଛନ୍ତି । ଏହି ମ୍ୟାଚରେ କୋହଲି ଏକ ନୋ ବଲ ନେଇ ଅମ୍ପାୟରଙ୍କୁ ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା । ଗମ୍ଭୀରଙ୍କ କହିବା ଅନୁସାରେ ଜଣେ ଅମ୍ପାୟରଙ୍କୁ ବ୍ୟାଟ୍ସମ୍ୟାନ ନୋ ବଲ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ । ବ୍ୟାଟ୍ସମ୍ୟାନ କେବଳ ବ୍ୟାଟିଂ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ବାମହାତୀ ବ୍ୟାଟ୍ସମ୍ୟାନ ଜଣଙ୍କ କହିଛନ୍ତି ।

ଏହି ଘଟଣାରେ ବାଂଲାଦେଶ ଅଧିନାୟକ ଶକିବ ଉଲ ହାସନ ମଧ୍ୟ ଅସନ୍ତୁଷ୍ଟ ହୋଇ ପଡିଥିଲେ । ଗମ୍ଭୀର କେବଳ କୋହଲିଙ୍କ ସମାଲୋଚନା କରି ନ ଥିଲେ । ଜବରଦସ୍ତ ପ୍ରଦର୍ଶନ ପାଇଁ ସେ ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ । କୋହଲିଙ୍କ ପାଖରେ ଏପରି ଗୁଣ ଅଛି ଯେ, ସେ ବାବର ଆଜାମ, ଷ୍ଟିଭ ସ୍ମିଥ, କେନ ୱିଲିୟମସନ ଓ ଜୋ ରୁଟଙ୍କ ପରି ଖେଳାଳିମାନଙ୍କଠାରୁ ଆଗରେ ରହିଛନ୍ତି ।

Leave A Reply

Your email address will not be published.