Latest Odisha News

BREAKING NEWS

କର୍ଲାକୋଟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ନୂଆପଡା: ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଏବଂ ତିନୋଟି ଏନଏସିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ମୋଟ ୧ଲକ୍ଷ ୭୨ ହଜାର ୬୪୩ ଜଣ ହିତାଧିକାରୀଙ୍କୁ ବଣ୍ଟା ହେଇଥିଲା ସ୍ମାର୍ଟ ହେଲଥ କାର୍ଡ  । କିନ୍ତୁ ବୋଡେ଼ନ ବ୍ଲକ କରଲାକୋଟ ଗ୍ରାମପଂଚାୟତରେ ହେଲଥ୍ କାର୍ଡ ବଣ୍ଟନରେ ହେରଫେର ଅଭିଯୋଗ ହୋଇଛି ।

ଶହ ଶହ କାର୍ଡ ପଡ଼ିରହିଥିବା ବେଳେ ହିତାଧିକାରୀଙ୍କୁ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ହେମନ୍ତ ସାଏଙ୍କ ବୋଡେ଼ନ ବିଡ଼ିଓ ଙ୍କୁ ତଦନ୍ତ କରି ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି କରଲାକୋଟ ଗ୍ରାମପଞ୍ଚାୟତ ରେ  ସ୍ମାର୍ଟ କାର୍ଡ ବଣ୍ଟନରେ ଅନିୟମିତତାକୁ ନେଇ ତଦନ୍ତ ସମୟରେ ଅନେକ ପରିବାର ଏହି କାର୍ଡ ପାଇ ପାରିନଥିବା ଜଣାପଡିଥିଲା । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଡେ଼ନ ବିଡ଼ିଓ କହିଛନ୍ତି ।

 

Leave A Reply

Your email address will not be published.