Latest Odisha News

BREAKING NEWS

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା ପଡ଼ିଛି ।

ବର୍ତ୍ତମାନର ସରକାର ବିପକ୍ଷରେ ଇମ୍ରାନ ଖାନ ପାକିସ୍ତାନରେ ଆଜାଦୀ ମାର୍ଚ୍ଚ ବାହାର କରିଛନ୍ତି । ଗୁରୁବାର ଠାରୁ ଆରମ୍ଭ ହୋଇଛି ଇମ୍ରାନଙ୍କ ଆଜାଦୀ ମାର୍ଚ୍ଚ ରାଲି । ୱାଜିରାବାଦରେ ଇମ୍ରାନଙ୍କ ରାଲି ବେଳେ ପ୍ରବଳ ଗହଳି ଥିଲା । ଆଉ ଗହଳି ଭିତରୁ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ କରାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ସହ ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସମେଲ୍ ମଧ୍ୟ ଆହତ ହୋଇଛନ୍ତି ।

ଇମ୍ରାନ ଖାନଙ୍କ ପାଦରେ ଗୁଳି ବାଜିଥିବା କୁହଯାଉଛି । ପାକିସ୍ତାନ ତେହରିକ ଏ ଇନସାଫର କେତେକ ନେତା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଗୁଳି ଚଳାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ୱାଜିରାବାଦରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.