Latest Odisha News

ଆଗକୁ ଗମ୍ଭୀରଙ୍କ ଅଗ୍ନିପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଟେଷ୍ଟ ଏବଂ ଦିନିକିଆରେ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ । ତେବେ ଟି୨୦ରେ ଟିମ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି । ଏବେ ଇଂଲଣ୍ଡକୁ ୪-୧ରେ ହରାଇବା ପରେ ଭାରତର ମନୋବଳ ଉଚ୍ଚରେ ରହିଛି । ଇଂଲଣ୍ଡ ବିପକ୍ଷ ଦିିନିକିଆ ଓ ଚାମ୍ପିୟନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । କେବଳ ଗମ୍ଭୀର ନୁହେଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସାରା ଦେଶର ନଜର ରହିବ । ଗମ୍ଭୀର ଟି୨୦ ମାଧ୍ୟମରେ ଆଟାକିଂ ଖେଳକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ପଷ୍ଟ ବାର୍ତା ଦେଇ ସାରିଛନ୍ତି । ଚାପରେ ରହିବା ବଦଳରେ ବିପକ୍ଷ ଦଳକୁ ଚାପରେ ପକାଇବା ରଣନୀତି ସେ ପ୍ରସ୍ତୁତ କରିଛନ୍ତି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ମ୍ୟାଚରେ ଏହାକୁ ପରୀକ୍ଷଣ ଭାବେ ଲାଗୁ କରାଯିବ ।

ଗମ୍ଭୀର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୋହଲି ଏବଂ ରୋହିତ ଚାମ୍ପିୟନ୍ସ ଟ୍ରଫିରେ ଭାରତର ମୂଖ୍ୟ ଅସ୍ତ୍ର ହେବେ । ଟି୨୦ ଟିମରୁ ୯ରୁ ୧୦ ଜଣ ଖେଳାଳି ଦିନିକିଆ ଦଳରେ ସ୍ଥାନ ପାଇ ନାହାନ୍ତି । ନୂଆ ଟିମ, ନୂତନ ରଣନୀତି କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ଝଲକ ନିଶ୍ଚିତ ଭାବେ ଇଂଳଣ୍ଡ ବିପକ୍ଷ ସିରିଜରେ ଜଣାପଡିବ ।
ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦିନିକିଆ ଟିମ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସୱାଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣା ।

Comments are closed.