ପୁରୀ: ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ “World Cancer Day” ବା ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।
ଏହି ବାଲୁକା କଳାଟି ୨୦ଫୁଟ ଓସାର ଏବଂ ୭ଫୁଟ ଉଚତା ବିଶିଷ୍ଟ ଅଟେ। ଏ ବର୍ଷ ଥିମ “United By Unique” କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଥିବା ବିଶ୍ୱ କର୍କଟ ଦିବସ ପାଇଁ ଏହି ବାର୍ତ୍ତାକୁ ବାଲୁକା କଳା ମାଧ୍ୟମରେ ପ୍ରତିଫଳିତ କରାଯାଇଛି।
ରାଜ୍ୟର ଅଗ୍ରଣୀ ଘରୋଉ ହସ୍ପିଟାଲ କିମ୍ସ କ୍ୟାନସର ସେଣ୍ଟର ଓ କିଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ସ୍ବର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାକୃତି କରାଯାଇଛି। କୀମ୍ସର ବିଶେଷଜ୍ଞ ମାନେ ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ମାଧ୍ୟ୍ୟମରେ ସାରା ବିଶ୍ୱକୁ କ୍ୟାନ୍ସରର ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।
Comments are closed.