ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ପୋଲିସ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିବା ସହିତ ୮୦ ହଜାର ଟଙ୍କା, ୧୫ଟି ମୋବାଇଲ ଏବଂ ୨ଟି ବାଇକ୍କୁ ଜବତ କରିଛି । ଏହି ଆଡ୍ଡାରୁ ୧୩ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଆସିକା ଥାନା ଅନ୍ତର୍ଗତ ଧୋବପଲ୍ଲୀ ଶିବ ମନ୍ଦିର ପାଖରେ ଜୁଆ ଖେଳ ଚାଲିଥିବା ପୋଲିସ ପାଖରେ ସୂଚନା ପହଞ୍ଚିଥିଲା । ଏକ ଟିମ୍ ଅଚାନକ ଚଢ଼ଉ କରିଥିଲା । ସେଠାରୁ ହୃଷିକେଶ ନାହାକ,ପଞ୍ଚାନନ ପ୍ରଧାନ, ତିରୁପତି ଦୋରା, ଚିତ୍ରସେନ ପାତ୍ର, ପି. ପଞ୍ଚାନନ ପାତ୍ର, ଯୁଗଳ କିଶୋର ପାତ୍ର, ପପୁନ ଜେନା, ନୀଳାଞ୍ଚଳ ମହାରଣା, ସୀମାଞ୍ଚଳ ବେହେରା, ବଳରାମ ନାୟକ, ଖଦାଳ ଗୌଡ଼ ଏବଂ ସମୀର ରାଉତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
BREAKING NEWS
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
- ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା

Comments are closed.