Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଭାରତୀୟ ଚୟନ କମିଟି ଅଣଦେଖା କଲେ କି ଏହି ପାଂଚ ଖେଳାଳିଙ୍କୁ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହି ଚୟନ ନେଇ କ୍ରିକେଟ ସମୀକ୍ଷକମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମତରେ ୫ଜଣ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଫର୍ମ ଓ ଫିଟନେସ ବିଚାରକୁ ନେଲେ ଦଳରେ ଥିବା କେତେକ ଖେଳାଳିଙ୍କ ସ୍ଥାନରେ ସେମାନେ ନିଶ୍ଚିତ ଭାବେ ସୁଯୋଗ ପାଇଥାନ୍ତେ ଆସନ୍ତୁ ଜାଣିବା ଏହି ଖେଳାଳିମାନଙ୍କ ବିଷୟରେ…


ସଞ୍ଜୁ ସାମସନ: ରିଷଭ ପନ୍ତଙ୍କ ଖରାପ ଫର୍ମ ଯୋଗୁ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବା ନେଇ ଆଲୋଚନା ଜୋର ଧରିଥିଲା । ଆଇପିଏଲରେ ସେ ୪୫୮ଓ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ୭୭ରନର ଚମକପ୍ରଦ ଇନିଂସ ଖେଳିଥିଲେ । ତଥାପି ଏହା ଚୟନ କମିଟିଙ୍କୁ ଆକୃଷ୍ଟ କରିବା ପାଇଁ ବୋଧହୁଏ ଯଥେଷ୍ଟ ନ ଥିଲା ।
ଈଶାନ କିଶାନ: ୨୦୨୧ରେ ଈଶାନ କିଶାନ ବିଶ୍ୱକପ ଦଳରେ ଥିଲେ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ଏହା ପରେ ଆଇପିଏଲରେ ୪୧୮ ରନ କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ । ସେହିପରି ଟି୨୦ ବିଶ୍ୱକପ ଓ ଆଇପିଏଲ ମଧ୍ୟରେ ସେ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ ମାରିଥିଲେ । ଏହା ପରେ ତାଙ୍କୁ ଟିମରୁ ବାହାର କରି ଦିଆ ଯାଇଥିଲା । ଏହାର ପ୍ରକୃତ କାରଣ କଣ ତାହା ଚୟନ କମିଟି ସ୍ପଷ୍ଟ କରି ନ ଥିଲେ ।

ମହମ୍ମଦ ସାମି: ସମସ୍ତ କ୍ରିକେଟ ସମୀକକ୍ଷ ଟି୨୦ ବିଶ୍ୱକପ ଟିମରେ ମହମ୍ମଦ ସାମିଙ୍କୁ ସାମିଲ କରିବା ସପକ୍ଷରେ ଥିଲେ । ତାଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ ଦଳରେ ନିଆ ଯାଇଥିଲେ ମଧ୍ୟ ବିଶ୍ୱକପରେ ଷ୍ଟାଣ୍ଡବାଇ ଖେଳାଳି କରାଯାଇଛି ।
ଦୀପକ ଚହର: ଆଘାତ ସମସ୍ୟା ଦୀପକ ଚହରଙ୍କ ପାଇଁ କାଳ ସାଜିଛି । ଏଥିଯୋଗୁ ବୋଧ ହୁଏ ତାଙ୍କୁ ବିଶ୍ୱକପରେ ଦଳରେ ନେବା ପାଇଁ ଚୟନ କମିଟି ସାହସ କରି ନ ଥିଲେ । ଚହର କିନ୍ତୁ ୬ ମାସ ପରେ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରି ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି ।
ରବି ବିଶ୍ନୋଇ: ଏସିଆ କପରେ ରବି ବିଶ୍ନୋଇ ପାକିସ୍ତାନ ବିପକ୍ଷ ଚାପ ଭରା ମୁକାବିଲାରେ ୪ ଓଭରରେ ୨୬ ରନ ଦେଇ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ୧୦ଟି ଟି୨୦ ଖେଳି ସେ ୧୬ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଟି୨୦ ବିଶ୍ୱକପରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯିବା ନେଇ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।

Leave A Reply

Your email address will not be published.