Latest Odisha News

BREAKING NEWS

ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ

ସୁବର୍ଣ୍ଣପୁର : ବାଘପାଲି ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ । ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଘଟିଛି । ବାରହା ଫାସରେ ପଡି କରଲାପତରିଆ ବାଘର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  ।

ମୃତ ବାଘର ନଖ ଓ ନିଶକୁ ଦୁର୍ବୁତ୍ତମାନେ ନେଇଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ କିଛି ଲୋକ ଜଙ୍ଗଲ ଭିତରକୁ ଛେଳି ଚରାଇବାକୁ ଯାଇଥିଵାବେଳେ ଦୁର୍ଗନ୍ଧ ହେଉଥିଲା । ନିକଟକୁ ଯାଇ ଦେଖିଲାବେଳକୁ ଏକ କଲରାପତରିଆ ବାଘ ମରି ପଡିଥିଲା । ଏନେଇ ଗ୍ରାମବାସୀଙ୍କୁ ସେମାନେ ଜଣାଇଥିଲେ । ବାଘକୁ ଦେଖିବା ପାଇଁ ଘଟଣା ସ୍ଥଳରେ ଭିଡ ଜମିଥିଲା ।

ତେବେ ବାଘଟି ମରିବାର ୫ ରୁ  ୭ ଦିନ ହୋଇଯାଇଥିବାରୁ ତାର ମୃତ ଦେହରେ ପୋକ ହୋଇ ଯାଇଥିବାର ଦେଖିବାକୁ ମିଳିଛି । ଏନେଇ ଲୋକେ ଉଲୁଣ୍ଡା ବନ ବିଭାଗକୁ ଖବର ଦେଇଥିଲେ ହେଁ ବନ ବିଭାଗ କର୍ମଚାରୀମାନେ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିବାର ଅଭିଯୋଗ ହୋଇଛି । ଜଙ୍ଗଲ ଭିତରେ ବିଦ୍ୟୁତ ତାର ଯାଇଥିବାରୁ ଦୁର୍ବୁତ୍ତମାନେ ସେଠାରୁ ବିଦ୍ୟୁତ ବ୍ୟବହାର କରି ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଉଛି ।

ଫଳରେ କେତେବେଳେ ବାଘ ତ କେତେବେଳେ ହାତୀ ପୁଣି ହେତେବେଳେ ମଣିଷ ମଧ୍ୟ ମରୁଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ  ।

 

Leave A Reply

Your email address will not be published.