ଭଦ୍ରକ: ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାଶ କଲା ଭଦ୍ରକ ଜିଲ୍ଲା ସାଇବର୍ କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା । ଏହି ମାମଲାରେ ତିନି ଜଣକୁ ଗିରଫ କରାଯାଇଛି। ଗିରଫଙ୍କ ନାଁ ଏନାୟତ୍ କାଦ୍ରୀ, ସେହବାଜ୍ କାଦ୍ରୀ ଓ ଏମଡି ଫରହାନ ଖାନ୍ । ବିଭିନ୍ନ ଉପାୟରେ ଏମାନେ ସାଇବର ଠକେଇ କରୁଥିଲେ ।
ଗିରଫ ତିନି ଜଣଙ୍କ ନିକଟରୁ ଦାମୀ ବାଇକ, ନଗଦ ୨ ଲକ୍ଷ ଟଙ୍କା ସୁନା, ପ୍ରି ଆକ୍ଟିଭ ସିମ୍, ବ୍ୟାଙ୍କ୍ ପାସବୁକ୍ , ଚେକ୍ ବହି ଓ ଏଟିଏମ୍ ସହ ବହୁ ଠକେଇ ସାମଗ୍ରୀ ଜବତ୍ ହୋଇଛି । ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ଠକେଇ କରି ଏହି ଠକେଇ ଟଙ୍କାଙ୍କୁ ବିଭିନ୍ନ ଉପାୟରେ ବିନିଯୋଗ କରୁଥିଲେ ।
ତେବେ ସାଇବର ଠକେଇ ପାଇଁ ଦେଶ ସାରା ଏମାନଙ୍କର ଏଜେଣ୍ଟ ଥିବା ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା । ହେଲେ ଏବେ ସୁଦ୍ଧା ମାଷ୍ଟରମାଇଣ୍ଡ ଧରାପଡ଼ିନାହିଁ । ମାଷ୍ଟରମାଇଣ୍ଡକୁ ଧରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।