Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଧରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଶନିବାର ଦିନ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କେନ୍ଦ୍ରାପଡାରୁ ଗିରଫ କରିଛି ।

ଏସଟିଏଫ୍ ଟିମ୍ ଆଜି ସକାଳ ପ୍ରାୟ ୯ଟା ୩୦ମି. ସମୟରେ ଶେଖ ଜାବିଦ ଓରଫ୍ ଦଙ୍ଗାକୁ ଇମାମବାଡା ମସଜିଦ୍ ଲେନ୍ ସ୍ଥିତ ତା’ ଘରୁ ଗିରଫ କରିଥିବା ନେଇ ଜଣାପଡିଛି।

ଅପରପକ୍ଷରେ ଆଜି ତା’କୁ କୋର୍ଟରେ ହାଜର କରାଯିବା ନେଇ ଏସଟିଏଫ୍ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ସେ ଜଣେ ଠିକାଦାର ଶିବ ପ୍ରସାଦ ପରିଡାଙ୍କୁ ଅପହରଣ ମାମଲାର ମୁଖ୍ୟ କାପର୍ଟଦାର ରହିଥିଲା । ଏପରିକି ବଟି ନଦେବାରୁ ସେ ଠିକାଦାରଙ୍କୁ ଟିଟୋ ଖଟିରେ ନିଧୁର୍ମ ପିଟିଥିଲା ।

ତେବେ ଠିକାଦାରଙ୍କ ପରିବାର ପକ୍ଷରୁ ଥାନାରେ ରୁଜୁ କରାଯାଇଥିବା ମାମଲାକୁ ଆଧାର କରି ଏସଟିଏଫ୍ ଟିମ୍ ଜାବିଦକୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଥିଲା ।

Comments are closed.