Latest Odisha News

ଜଳିଗଲା ଗଞ୍ଜେଇ ବୋଝେଇ କାର୍, କାରଣ ଅସ୍ପଷ୍ଟ

ମାଲକାନଗିରି: ଜଳିଗଲା ଗଞ୍ଜେଇ ବୋଝେଇ କାର୍ । ଜଳି ପୋଡ଼ି ଗାଡ଼ିଟି ଛାରଖାର ହୋଇଯାଇଛି । ମାଲକାନଗିରି ଥାନା ଅନ୍ତର୍ଗତ ଚଲାନଗୁଡା ନିକଟରେ ଏହି ଘଟଣା ଘଟିଛି । ନିଆଁ ଲାଗି ଗାଡ଼ି ସହ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅନୁମାନ କରାଯାଉଛି, ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର୍ । ଗଛରେ ପିଟି ହେବା ପରେ ଗାଡ଼ିରେ ନିଆଁ ଲାଗି ଥାଇପାରେ । ନଚେତ୍ ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗେଇ ଦେଇଛନ୍ତି । ଏଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.