Latest Odisha News

ପୁଣି ଜବତ ହେଲା ଗଞ୍ଜେଇ

ମୁନିଗୁଡା : ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ପୁଣି ଧରାପଡ଼ିଲା ଗଞ୍ଜେଇ । ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି । ଗାଡ଼ି ସହ ୨୨ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ ।

ଗିରଫ ଅଭିଯୁକ୍ତ ଜଣକ ଜଗାକୁପୁଲି ଗାଁର ଧନେଶ୍ୱର ସାରକା ବୋଲି ଜଣାପଡିଛି । ଏହି ଗଞ୍ଜେଇ ସବୁ ଚନ୍ଦ୍ରପୁର ଥାନା ଅଞ୍ଚଳରୁ ମୁନିଗୁଡା ଅଣାଯାଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ୨୨କେଜି ଗଞ୍ଜେଇର ମୂଲ୍ୟ ୨ଲକ୍ଷରୁ ଅଧିକ ହେବ ବୋଲି ଜଣାଇଛି ପୁଲିସ । ଏଥିରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ ଯେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।।

Leave A Reply

Your email address will not be published.