Latest Odisha News

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ସମେତ ୨ ଅଟକ

ଭଦ୍ରକ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗଞ୍ଜେଇ ଧରି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା ଆମ୍ବୁଲାନ୍ସ ।

ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ବନ୍ତ ଛକ ନିକଟରେ ଜଗି ରହିଥିଲା ଟାଉନ ଥାନା ପୋଲିସ । ଯାଞ୍ଚ ବେଳେ ଆମ୍ବୁଲାନ୍ସରୁ ବାହାରିଥିଲା ଗଞ୍ଜେଇ । ପୂର୍ବରୁ କେବେ ଏଭଳି ଗଞ୍ଜେଇ ଚୋରା ଚାଲାଣ କରିଥିଲେ କି ? କେଉଁଠୁ ଆଣୁଥିଲେ ଗଞ୍ଜେଇ ? କେଉଁଆଡେ ଚାଲାଣ କରିବାର ଥିଲା ? ଦୁଇ ଜଣଙ୍କୁ ଅଟକ ରଖି ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Comments are closed.