Latest Odisha News

BREAKING NEWS

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟ୍ରକକୁ ପିଛା କରି ରକ୍ସା ଛକ ନିକଟରେ ଧରିବାରେ ସଫଳ ହୋଇଛି । ଘଟଣା ସ୍ଥଳରୁ ପୋଲିସ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ।

୧୦ ଚକିଆ କଣ୍ଟେନର ଗାଡିଟି ସୋନପୁର ପଟୁ ସମ୍ବଲପୁର ଯାଉଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳରୁ ରାଞ୍ଚି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ଘଟଣା ସ୍ଥଳରେ ବିରାମହରାଜପୁର ଏସଡିପିଓ ,ଆଇଆଇସି ଓ ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ  l ତେବେ ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ସମୟରେ କିଛି ଦିନ ହେଲା ଗଞ୍ଜେଇ ଚୋରା ଚାଲାଣ ବିଶେଷ ପରିମାଣରେ ନଜରକୁ ଆସୁ ଥିବାବେଳେ ଏବେ ଏତେ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପୋଲିସର ମୁଣ୍ଡ ବ୍ୟଥା କରିଛି l ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି ।।

Leave A Reply

Your email address will not be published.