ମାଲକାନଗିରି: ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚୋରା ଚାଲଣ । ମାଲକାନଗିରି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପିକଅପ ଭ୍ୟାନରୁ ୩୦ ପ୍ୟାକେଟ୍ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ । ଜବତ ଗଞ୍ଜେଇର ଓଜନ ୯୦୦ କିଲୋ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ ।
ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଧରା ପଡ଼ିଥିଲା ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ । ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଚିତ୍ରକୋଣ୍ଡା-ଜାନବାଇ ରାସ୍ତାରେ ପେଟ୍ରୋଲିଂ କରୁଥିଲା ।
ଜାନବାଇ ପଟରୁ ଆସୁଥିବା ଗାଡ଼ିକୁ ଯାଞ୍ଚ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ । ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଏସବୁ ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା ।
Comments are closed.