Latest Odisha News

BREAKING NEWS

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି ।

ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା ।ଏଥିରେ ୨୭୭ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଚୋରା ଚାଲାଣରେ ସମ୍ପୃକ୍ତି ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

Leave A Reply

Your email address will not be published.