Latest Odisha News

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି ।

କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଥାନା ପୋଲିସ । ସେହିପରି ଆନ୍ଧ୍ରପ୍ରଦେଶ ସୀମାନ୍ତ ପାଡୁଆଠାରେ ମିନିଟ୍ରକରୁ ୫କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।

ଆନ୍ଧ୍ରକୁ ଚୋରା ଚାଲାଣ ବେଳେ ଜବତ କଲା ପୋଲିସ । ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । ଅଧିକ ଖୋଳତାଡ ଜାରି ରହିଛି ।

Comments are closed.