Latest Odisha News

BREAKING NEWS

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ସୋମବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଖଣ୍ଡଗିରି ସ୍ଥିତ କୋଳଥିଆ ନିକଟରୁ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ତା’ ନିକଟରୁ ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତଙ୍କ ନାମ ସୁବଳ ସାମନ୍ତରାୟ ଏବଂ ତା’ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଗୁଡିକୁ ଜବତ କରାଯିବା ସହ ଅଭିଯୁକ୍ତଙ୍କ ଠାରୁ ପାଖାପାଖି ୫୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ତେବେ ଏସମ୍ପର୍କରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.