Latest Odisha News

BREAKING NEWS

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ ।

ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି, ପାଉଁଜି ଆଦିର ଲୋକପ୍ରିୟତା ବଢିବାରେ ଲାଗିଛି । ଏପରିକି ସମ୍ଭ୍ରାନ୍ତ ବର୍ଗର ମହିଳାମାନେ ମଧ୍ୟ ବିଶେଷ ଉତ୍ସବରେ ଏସବୁ ପରିଧାନ କରିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଏବେର ଫ୍ୟାସନରେ ମୋତି ଗହଣାର ଚାହିଦା ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି । ଦୋକାନ ସହ ଅନ୍-ଲାଇନରେ ମଧ୍ୟ ମୋତି ଗହଣାକୁ ଖୁବ ସହଜ ଓ ସୁଲଭ ମୂଲ୍ୟରେ ଗ୍ରାହକ ପାଇ ପାରୁଛନ୍ତି । ଏହାର ଦାମ୍ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୪ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି ।

ଜିନ୍ସ, ସାଲୱାର ଓ ଶାଢ଼ି ଯେକୌଣସି ପରିଧାନ ସହ ପିନ୍ଧିଲେ ଏହା ଆକର୍ଷଣୀୟ ଲାଗିଥାଏ । ଏବେ ମୋତିର ଏହି ଗହଣା ଗୁଡିକ ଅନ୍ୟ ଗହଣା ଅପେକ୍ଷା ହାଲୁକା ହୋଇଥିବାରୁ ଏହାକୁ ପିନ୍ଧିଲେ ବେଶ୍ ଆରାମ ମଧ୍ୟ ଲାଗିଥାଏ ।

ସୁନା ଚୁଡି ବଦଳରେ ଷ୍ଟୋନ୍ ଖଚିତ ଚୁଡ଼ିକୁ ପିନ୍ଧିବାକୁ ମହିଳାମାନେ ଅଧିକ ପସନ୍ଦ କରୁଛନ୍ତି । ବିଭିନ୍ନ ରଙ୍ଗର ପୋଷାକ ସହ ମ୍ୟାଚିଂ କରି ଏହା ପିନ୍ଧି ହେଉଛି । ତେଣୁ ଏହାର ଚାହିଦା ମଧ୍ୟ ଏବେ ଖୁବ୍ ଅଧିକ ।

ସୁନା ଗହଣା ପିନ୍ଧିଲେ ଚୋରିର ଭୟ ଲାଗି ରହୁଛି, ହେଲେ ଇମିଟେସନ୍ ଗହଣା ବିଭିନ୍ନ ଡିଜାଇନରେ ମିଳିବା ସହ ଏସବୁ ହଜିଲେ କିମ୍ବା ଚୋରି ହେଲେ ବ୍ୟସ୍ତ ଲାଗେନାହିଁ ବୋଲି ଅନେକ ମହିଳା ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.