Latest Odisha News

BREAKING NEWS

୬୫ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୩୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଜଣ କରୋନା ଯୋଦ୍ଧା ରହିଛନ୍ତି। ସେମାନଙ୍କ ମଧ୍ୟରେ ଆସ୍କା (୭), ବେଲଗୁଣ୍ଠା(୧), ବେଗୁନିପଡା (୩), ବିଇଏମସି(୩୦), ଭଞ୍ଜନଗର (୩), ବୁଗୁଡା (୩), ଛତ୍ରପୁର (୨), ଦିଗପହଣ୍ଡି (୧), କୁକୁଡାହାଣ୍ଡି (୫), ପୁରୁଷୋତ୍ତମପୁର (୧), ରଙ୍ଗେଇଲୁଣ୍ଡା (୧), ସାନଖେମୁଣ୍ଡି (୨), ପାତ୍ରପୁର (୫)ରୁ ୨ ଜଣ ରହିଛନ୍ତି।

ସେହିପରି ମହାରାଷ୍ଟ୍ର, ହାଇଦ୍ରାବାଦ, ବେଙ୍ଗାଲୁରୁ, ସୁରଟ, ଫେରନ୍ତା ୯ ଜଣ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ବେଳେ ଆଉ ୨୪୬ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ।
ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧୬ ରହିଛି। ସେଥିମଧ୍ୟରେ ୧୬୭୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୭୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାଛଡା ୩୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.