Latest Odisha News

BREAKING NEWS

ଆସନ୍ତାକାଲି ଖୋଲିବ ମା ତାରାତାରିଣୀଙ୍କ ପୀଠ

ବ୍ରହ୍ମପୁର : ଆସନ୍ତାକାଲି ଖୋଲିବ ଗଂଜାମର ମାଆ ତାରାତାରିଣୀଙ୍କ ମନ୍ଦିର । କରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ମନ୍ଦିର ଉପରକୁ ଯାନବାହାନ ଚଳାଚଳ ନେଇ ରୋକ ଲଗାଯାଇଛି । ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେହିପରି ୪ରୁ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସକାଳୁ ତାରାତାରିଣୀ ମନ୍ଦିର ଖୋଲାଯିବ ବୋଲି ସୂଚନା ଦିଆଯାଇଛି । ଥରକେ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବେ । ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । କରୋନା ଯୋଗୁ ଗତ ୯ମାସ ହେଲା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା।

Leave A Reply

Your email address will not be published.