Latest Odisha News

BREAKING NEWS

ବଡ ପରଦାରେ ଫେରିବା ପାଇଁ ପ୍ରସ୍ତୁତ ହେଲେଣି ଶାହାରୁଖ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଶାହାରୁଖ ଖାନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ସହିତ ସେ ଶେଷରେ ସୂଚାଇ ଦେଇଛନ୍ତି ଯେ ତାଙ୍କୁ ଚଳିତ ବର୍ଷ ବଡ ପରଦାରେ ଦେଖିବାକୁ ମିଳିବ। ଶାହାରୁଖ ଖାନ ଗୋଟିଏ ଦିନ ବିଳମ୍ବରେ ତାଙ୍କ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ତାଙ୍କ ସହିତ ନାହିଁ ଏବଂ ସେ ଏକାକୀ ସବୁକିଛି କରୁଛନ୍ତି।

ଶାହାରୁଖ ଖାନ ତାଙ୍କ ଭିଡିଓରେ ନାଇଟ୍ ସୁଟ୍ ପିନ୍ଧିଛନ୍ତି। ସେ କହିଛନ୍ତି-୨୦୨୦ ବର୍ଷ ସମସ୍ତଙ୍କ ପାଇଁ ଖରାପ ଥିଲା। ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଜଣେ ତା ଜୀବନରେ କେହି ବହୁତ ତଳକୁ ଖସିପଡ଼େ ସେତେବେଳେ ତା ପାଖରେ କେବଳ ଗୋଟିଏ ଉପାୟ ଥାଏ ଏବଂ ତାହା ହେଉଛି ଉପରକୁ ଉଠିବା ମୁଁ ପ୍ରାର୍ଥନା କରୁଛି ଯେ ୨୦୨୧ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।

ଏହାସହିତ ଶାହାରୁଖ୍‌ କହିଛନ୍ତି ଯେ ମୋ ଟିମ୍‌ ଏଠାରେ ନ ଥିବାରୁ ମୁଁ ନିଜେ ଏହି ଭିଡିଓ ପ୍ରସ୍ତୁତ କରିଛି। ଆପଣ ସମସ୍ତଙ୍କୁ ମୋର ଭଲପାଇବା ଏବଂ ମୁଁ ୨୦୨୧ ରେ ବଡ ପରଦାରେ ଆପଣଙ୍କୁ ଭେଟିବି।

Leave A Reply

Your email address will not be published.