Latest Odisha News

BREAKING NEWS

ଗଞ୍ଜେଇ ଚାଲାଣ କରି ୩ ଗିରଫ, କାର ଓ ବାଇକ୍ ଜବତ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି । ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି କାରରେ ଜୟପୁର ଦେଇ ହରିୟାନା ଚାଲାଣ ହେଉଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଖବର ପାଇଥିଲେ । ଖବର ପାଇ ସଦର ଥାନାର ଏକ ଟିମ ଟାଙ୍କୁଆ ନିକଟରେ ଚଢାଉ କରିଥିଲା ।

ଏହି ଚଢାଉ କରି ୧୫୩ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧୫ ଲକ୍ଷ , ୩୦ ହାଜର ଟଙ୍କା ହେବ । ଏହି ମାମଲାରେ ୩ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ଆସାନ, ବୈପାରୁଗଡା ଥାନା ଜି ମାଝିଗୁଡା ଗ୍ରାମ ଅନିଲ ବାରିକ ଏବଂ ଶଙ୍କର ମାଳି ।

ଅଭିଯୁକ୍ତଙ୍କ ଗୋଟିଏ ଠାରୁ କାର, ପଲସର ବାଇକ, ୫ ହଜାର ଟଙ୍କା, ୪ଟି ମୋବାଇଲ ଜବତ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.