Latest Odisha News

BREAKING NEWS

୪ ଦିନ ବନ୍ଦ ରହିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ୪ ଦିନ ବନ୍ଦ ରହିବ ମା ସମଲେଶ୍ୱରୀଙ୍କ ମନ୍ଦିର । ସଂକ୍ରମଣ ବୃଦ୍ଧି ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ନିଷ୍ପତ୍ତି ଅନୁସାରେ ଚଳିତ ମାସ ୩୦ ତାରିଖ ଠାରୁ ୨୦୨୨ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ଏହି ସମୟରେ ସାଧାରଣ ଭକ୍ତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରିପାରିବେ ନାହିଁ। କେବଳ ବିଧି ଅନୁସାରେ ସୀମିତ ପୂଜକଙ୍କ ଦ୍ବାରା ମା’ଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ।

ଜାନୁଆରୀ ୧ ତାରିଖ ଦିନ ଭର୍ଚୁଆଲ ମୋଡରେ ଦର୍ଶନ ପାଇଁ ବ୍ୟବସ୍ଥା କରିବ ଟ୍ରଷ୍ଟ ବୋର୍ଡ । ସେହପରି ପ୍ରତିଦିନର ସନ୍ଧ୍ୟା ଆଳତୀ ଭର୍ଚୁଆଲ ମୋଡରେ ଲୋକେ ଦେଖିପାରିବେ । ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.