Latest Odisha News

BREAKING NEWS

ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ

ଭୁବନେଶ୍ୱର: ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ଘଟିଛି । ଏହି ପ୍ରରିପେକ୍ଷୀରେ ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ ।

ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥି ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ । ପାଣ୍ଡିଆନଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଇଛନ୍ତି । ଏହା ସହ ସଂଘ ପକ୍ଷରୁ ଓଡ଼ିଶାରେ ବିଜେପି ସରକାରକୁ ସ୍ବାଗତ କରୁଥିବା କହିଛନ୍ତି ଗାଁ ସାଥୀ ।

ଏହି ଅବସରରେ ଭୁବନେଶ୍ୱର ରାମ ମନ୍ଦିରରେ ଆଜି ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି । ଏହା ସହ ସେ ଭୋଗ ବଣ୍ଟନ କରିଛନ୍ତି ।

ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ବିଜେପିର ବିପୁଳ ବିଜୟ ହେବାପରେ ସଂଘ ପକ୍ଷରୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ବିଜେପି ସରକାରରେ ଗାଁ ସାଥି ମାନଙ୍କ ସ୍ୱାର୍ଥକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଗାଁ ସାଥୀମାନେ ଆଶା ରଖିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବିଜେଡି ସରକାରରେ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ହେଉଛନ୍ତି ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ବର୍ତ୍ତମାନ ଭିକେ ପାଣ୍ଡିଆନ ରାଜନୀତିରୁ ଅବସର ଘୋଷଣା କରିଥିବାବେଳେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୬ ମାସର ଲମ୍ୱା ଛୁଟିରେ ଅଛନ୍ତି ।

Leave A Reply

Your email address will not be published.