Latest Odisha News

BREAKING NEWS

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ, ପ୍ରବେଶ ଉପରେ ଲଗାଯାଇଥିଲା କଟକଣା

ଭୁବନେଶ୍ବର: ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର। କିନ୍ତୁ ଏବେ ଏଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ।

ସୂଚନା ଅନୁସାରେ କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଏହି କଟକଣା ଲଗାଇଥିଲା ବିଜେଡ଼ି ସରକାର। ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା। ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖି ଆସୁଥିଲା।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ସମସ୍ତ କଟକଣା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ। ଆସନ୍ତା ଜୁନ୍ ୧୩ ତାରିଖରୁ ଲୋକସେବା ଭବନ ଯାଇପାରିବେ ସାମ୍ବାଦିକ।

Leave A Reply

Your email address will not be published.