Latest Odisha News

ବିଶ୍ୱର ୧୪ ଏବଂ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ

ନୂଆଦିଲ୍ଲୀ: ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଚାଇନାର କୋଟିପତି ଜୋଙ୍ଗ ଶାନଶାନଙ୍କ ସ୍ଥାନ ନେବା ପରେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ପ୍ରମୋଟର ବିଲିୟନେୟାର ଗୌତମ ଆଦାନୀ ବିଶ୍ୱର ୧୪ ତମ ଏବଂ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରେ ସାମିଲ୍‌ ହୋଇଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ପରେ ୬୭.୮ ବିଲିୟନ ଡ଼ଲାରର ସମ୍ପତ୍ତି ଥିବା ଶ୍ରୀ ଆଦାନୀ ଦେଶର ଦ୍ୱିତୀୟ ଧନୀ ଅଟନ୍ତି।

ଶ୍ରୀ ଆଦାନୀଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୦୦ ପ୍ରତିଶତ କିମ୍ବା ୩୩.୮ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।
ଶ୍ରୀ ଆଦାନୀ ଆଦାନୀ (APSEZ) ପ୍ରତିଷ୍ଠା କରିଥିଲେ, ଯାହା ଦେଶର ସର୍ବବୃହତ ଘରୋଇ ବନ୍ଦର ଅପରେଟର ଭାବେ ପରିଚିତ।

Comments are closed.