Latest Odisha News

BREAKING NEWS

ମହାକୁମ୍ଭରେ ପ୍ରତିଦିନ ଲକ୍ଷେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟିବେ ଗୌତମ ଆଦାନୀ, ପ୍ରସ୍ତୁତ କରିବେ ୨୫୦୦ ଲୋକ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳାପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମଧ୍ୟ ଏହି ମହା ଆୟୋଜନାରେ ସେବା ଯୋଗାଇବାକୁ ପ୍ରସ୍ତୁତ ହୋଇଛି ଏବଂ ଏଥିପାଇଁ ଇସ୍କନ ସହ ହାତ ମିଳାଇଛି । ରିପୋର୍ଟ ମୁତାବକ , ପ୍ରତିଦିନ ଏକ ଲକ୍ଷ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନର ସେବା ପ୍ରଦାନ କରିବେ ।

ଏଥିରେ ୧୮,୦୦୦ ସଫେଇ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହେବେ। ଏହି ପ୍ରସାଦ ପ୍ରତ୍ୟେକ ଦିନ ୨୫୦୦ ସ୍ବେଚ୍ଛାସେବୀ ଦ୍ବାରା ହାଇଟେକ୍ ସୁବିଧା ସହିତ ୨ଟି ରୋଷେୟା ପ୍ରସାଦ ପ୍ରସ୍ତୁତ କରିବେ ।

ରୁଟି, ଡାଲି, ଚାଉଳ, ତରକାରୀ, ମିଠା ପ୍ରସାଦରେ ରହିବ । ପତ୍ରରେ ନିର୍ମିତ ଇକୋ-ଫ୍ରେଣ୍ଡଲି ପ୍ଲେଟରେ ଭକ୍ତମାନଙ୍କୁ ଏହି ପ୍ରସାଦ ଦିଆଯିବ  । ଏଥିପାଇଁ ୪୦ଟି ପଏଣ୍ଟ ନିର୍ଦ୍ଧାରିତ କରାଯାଇଛି,ଯେଉଁଠାରେ ଭକ୍ତମାନେ ପ୍ରସାଦ ପାଇ ପାରିବେ । କେବଳ ଏତିକି ନୁହେଁ, ଏହି ମେଳାରେ ଆସୁଥିବା ଭିନ୍ନକ୍ଷମ,ବୃଦ୍ଧ ଏବଂ ପିଲାମାନଙ୍କ ପାଇଁ ଆଦାନୀ ଗ୍ରୁପ୍ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପ୍ରକୃତ ଅର୍ଥରେ ସେବା ହେଉଛି ଦେଶପ୍ରେମର ସର୍ବୋଚ୍ଚ ରୂପ । ସେବା ହେଉଛି ସାଧନା, ସେବା ହେଉଛି ପ୍ରାର୍ଥନା ଏବଂ ସେବା ହେଉଛି ଭଗବାନ ବୋଲି ଗୌତମ ଆଦାନୀ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

 

 

Leave A Reply

Your email address will not be published.