Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନ ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଗମ୍ଭୀର । ଏହି ଅବସରରେ ଗମ୍ଭୀର କହିଛନ୍ତି, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ଏଭଳି ଏକ ଶୁଭ କାମ ପାଇଁ ଦାନ କରିବା ମୋ ପାଇଁ ସୌଭାଗ୍ୟର କଥା। ଗୌତମ ଗମ୍ଭୀର କହିଛନ୍ତି, ଅନ୍ତତଃ ରାମ ମନ୍ଦିର ନିର୍ମାଣ ଦ୍ୱାରା ଏକ ପୁରୁଣା ପ୍ରସଙ୍ଗ ଶେଷ ହୋଇଛି। ମନ୍ଦିର ନିର୍ମାଣ ଦ୍ୱାରା ଏକତା ଓ ଶାନ୍ତିର ମାର୍ଗ ପ୍ରଶସ୍ତ ହେବ।

ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ପାଣ୍ଠି ସଂଗ୍ରହ ଅଭିଯାନ ଜାରି ରହିଛି। ଅଭିଯାନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଶହେ ଟଙ୍କା ଦାନ କରିଥିଲେ। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ତାଙ୍କ ପରିବାର ୫ ଲକ୍ଷ ୧୧ ହଜାର ୧୧୬ ଟଙ୍କା ଦାନ କରିଛନ୍ତି। ତାଛଡା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ, ବିହାର ରାଜ୍ୟପାଳ ଫାଗୁ ଚୌହାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା ଓ ଅଭିନେତା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇଛନ୍ତି।

Comments are closed.