Latest Odisha News

BREAKING NEWS

ମମତାଙ୍କ ଚିନ୍ତା ବଢ଼ିଲା: ନୂତନ ପାର୍ଟି ଗଠନ କଲେ ଅବାସ ସିଦ୍ଦିକ୍‌

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ପୁଣି ଚିନ୍ତାରେ ପକାଇଛନ୍ତି ଅବାସ ସିଦ୍ଦିକ୍ । ଫୁରଫୁରା ଶରିଫ ଦରଘାର ପୀର ଅବାସ ନୂତନ ଦଳର ଘୋଷଣା କରିଛନ୍ତି । ଯାହା କି ମୁସଲମାନ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇବ ଏବଂ ପରୋକ୍ଷରେ ମମତାଙ୍କ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ସେ ତାଙ୍କ ପାର୍ଟିର ନାମ ଇଣ୍ଡିଆନ ସିକ୍ୟୁଲାର ଫ୍ରଂଟ ଦେଇଛନ୍ତି । ଏପରି କି ସେ ସମସ୍ତ ୨୯୪ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବେ । ଏଥର ଆମେ କିଙ୍ଗମେକର ହେବୁ ବୋଲି ସେ କହିଛନ୍ତି ।

୨୦୧୧ରେ ମମତାଙ୍କ ଟିଏମସି ବିଜୟ ପଛରେ ୩୧ ପ୍ରତିଶତ ମୁସଲମାନ ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାଖାପାଖି ୯୦ ସିଟରେ ଏମାନଙ୍କର ପ୍ରଭାବ ରହିଛି । କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ମମତାଙ୍କୁ ଏଥର ନୂତନ ସମୀକରଣ ଚିନ୍ତାରେ ପକାଇଦେଇଛି ।

Leave A Reply

Your email address will not be published.