ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏବେ ବି ବିରାଟ କୋହଲିଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ଏହି ଅବସରରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ମୋତେ ୨୦ ମିନିଟ ସମୟ ଦିଅ ମୁଁ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି । ଅଫ ଷ୍ଟମ୍ପ ବାହାରକୁ ଯାଉଥିବା ବଲରେ ଆଉଟ ହେବା ସମସ୍ୟା ମଧ୍ୟ ଦୂର କରିପାରିବି । ଏହି ୭୩ ବର୍ଷୀୟ ମହାନ ବ୍ୟାଟ୍ସମ୍ୟାନଙ୍କ ମତରେ ଜଣେ ଓପନର ଭାବେ ମୁଁ ସମସ୍ୟା ସହ ଭଲ ଭାବେ ଅବଗତ । ଯଦି ଫର୍ମ ଭଲ ନ ଥାଏ ତାହାହେଲେ ବ୍ୟାଟ୍ସମ୍ୟାନ ରନ ସଂଗ୍ରହ କରିବା ପାଇଁ ଅଫ ସାଇଡ ବାହର ବଲକୁ ଖେଳିବାକୁ ଚେଷ୍ଟା କରିଥାଏ । ଏହିଠାରୁ ସମସ୍ୟା ଆରମ୍ଭ ହୋଇଥାଏ । ଇଂଲଣ୍ଡ ଗସ୍ତରେ କୋହଲି ୭୬ ରନ କରିଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିଶ୍ରାମ ନେଇଛନ୍ତି । ଶେଷ ୧୬ ଇନିଂସରେ ୨୯୪ ରନ କରିଛନ୍ତି । ଆଗକୁ ଟି୨୦ ବିଶ୍ୱକପ ଥିବାରୁ କୋହଲିଙ୍କ ଅଭିଜ୍ଞତା ଓ ଫର୍ମ ଦଳ ପାଇଁ ଜରୁରୀ । ଦେଖାଯାଉ ଗାଭାସ୍କରଙ୍କ ପାଖକୁ କୋହଲି ତ୍ରୁଟି ସୁଧାରିବା ପାଇଁ ଯାଉଛନ୍ତି କି ନାହିଁ ।
BREAKING NEWS
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
Comments are closed.