Latest Odisha News

BREAKING NEWS

ଜୋଭାନଙ୍କ ଜନ୍ମ ପୂର୍ବରୁ ୨ଥର ଗର୍ଭପାତର ଶିକାର ହୋଇଥିଲେ ଗୀତା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବାସ୍ରା ଜୁଲାଇ ୧୦ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଯାହା ଫଳରେ ଉଭୟ ଦମ୍ପତି ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ଶିଶୁ ପୁତ୍ର ନାଁ ରଖିଥିଲେ ଜୋଭାନ। ତେବେ ଜୋଭାନଙ୍କୁ ଜନ୍ମ ଦେବା ପୂୂର୍ବରୁ ଗୀତା ଦୁଇ ଦୁଇ ଥର ଗର୍ଭପାତର ଶିକାର ହୋଇଥିଲେ। ଏ ସଂକ୍ରାନ୍ତରେ ସେ ନିଜେ ପ୍ରସଂଶକଙ୍କୁ ଅବଗତ କରାଇଛନ୍ତି।

ସେ ଏକ ସାକ୍ଷାତକାର ଜରିଆରେ କହିଛନ୍ତି ଯେ, ଜୋଭାନଙ୍କ ଜନ୍ମ ପୂର୍ବରୁ ତାଙ୍କର ଦୁଇ ଥର ମିସ୍‌କ୍ୟାରେଜ୍‌ ହୋଇଛି। ୨୦୧୯ରୁ ୨୦୨୦ ମଧ୍ୟରେ ତଥା ଗର୍ଭଧାରଣର ତିନିମାସ ମଧ୍ୟରେ ସେ ଗର୍ଭପାତର ଶିକାର ହୋଇଥିଲେ। ଯେଉଁ ମହିଳାମାନେ ଗର୍ଭପାତର ଶିକାର ହେଉଛନ୍ତି ସେମାନଙ୍କୁ ଏଥିପାଇଁ ନିରାଶ ନ ହୋଇ ଧୌର୍ଯ୍ୟ ନହରାଇବାକୁ ସେ କହିଛନ୍ତି। ସେମାନେ ହାର ମାନିବା ଉଚିତ୍ ନୁହେଁ ବୋଲି ମଧ୍ୟ କହିଛନ୍ତି।

Comments are closed.