Latest Odisha News

BREAKING NEWS

ହାତ ନ ମିଳାଇବା ପଡ଼ିଲା ମହଙ୍ଗା; ମିଳିଲାନି ନାଗରିକତା

ନୂଆଦିଲ୍ଲୀ: ଜର୍ମାନୀରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କ ସହ ହାତ  ନ ମିଳାଇବାରୁ ଏଠାରେ ଜଣେ ନାଗରିକଙ୍କୁ ନାଗରିକତ୍ୱ ଦିଆଯାଇନଥିଲା। ଏ ନେଇ ଜର୍ମାନ କୋର୍ଟ ଏକ ରାୟ ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ ତାଙ୍କୁ ନାଗରିକତା ଦିଆଯିବ ନାହିଁ। ତେବେ ସେହି ବ୍ୟକ୍ତି ଜଣଙ୍କ ବୃତ୍ତିରେ ଜଣେ ଡାକ୍ତର।

ସମ୍ପୂର୍ଣ୍ଣ ଘଟଣାକ୍ରମ ହେଉଛି ଜର୍ମାନୀର ଜଣେ ମହିଳା ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ଦେଉଥିଲେ ଏବଂ ସାର୍ଟିଫିକେଟ୍ ଦେବାବେଳେ ସେ ସେହି ବ୍ୟକ୍ତିଙ୍କ ନିକଟକୁ ହାତ ବଢାଇଥିଲେ, କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ହାତ ମିଳାଇବାକୁ ମନା କରିଦେଇଥିଲେ। ତେବେ କୁହାଯାଉଛି ଯେ  ସେ ବ୍ୟକ୍ତି ଜଣଙ୍କ ଲେବାନନ୍‌ର ଥିଲେ।

ଏହି ସମଗ୍ର ମାମଲାରେ ଉପରେ କୋର୍ଟ କହିଛନ୍ତି ଯେ ହାତ ମିଳାଇବା ଦୀର୍ଘ ଦିନ ଧରି ଅଭିବାଦନ କରିବାର ଏକ ମାଧ୍ୟମ ରହିଆସିଛି। ଜଣେ ମହିଳା ଅଧିକାରୀଙ୍କ ସହ ହାତ ମିଳାଇବାକୁ ମନା କରିବା ଏହା ସୂଚିତ କରୁଛି ଯେ ଲେବାନନ୍‌ର ଏହି ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଯୌନ ଶୋଷଣର ବିପଦ ରହିଥିବା ନଜରରେ ଦେଖିଛନ୍ତି। ଏହାକୁ ଆଧାର କରି କୋର୍ଟ ଏଭଳି ରାୟ ଶୁଣାଇଥିବା ଜଣାପଡ଼ିଛି।

 

 

 

 

 

Leave A Reply

Your email address will not be published.