Latest Odisha News

BREAKING NEWS

ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା; ଝଡତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଦୁଇ ସପ୍ତାହ ପାଗ ଶୁଖିଲା ରହିବା ପରେ ଆସନ୍ତା ୨୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ଓଡିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଓ ଦକ୍ଷିଣ-ପୂର୍ବ ଦିଗରୁ ସ୍ଥଳଭାଗକୁ ଜଳୀୟବାଷ୍ପ ଭରା ବାୟୁପ୍ରବାହ ଯୋଗୁଁ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଏହାଦ୍ୱାରା ୨୩ରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ଓଡିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସହ ଝଡତୋଫାନ ଓ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି । ୨୪ରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ସହିତ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାକୁ ସତର୍କ କରାଯାଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ବଜ୍ରପାତ ସହିତ ଝଡତୋଫାନ ହେବା ନେଇ ଚେତାବନୀ ଜାରି କରାଯାଇଛି ।

କଟକ, ଢେ଼ଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ପୁରୀର କିଛି ସ୍ଥାନରେ ୨୫ରୁ ୨୬ ଫେବୃଆରୀ ସକାଳ ୮ଟା ୩୦ରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

ସେମିତି ଫେବୃଆରୀ ୨୩ରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଫେବୃଆରୀ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ, ଉତ୍ତରାଂଚଳ ଓ ଉପକୂଳବର୍ତ୍ତୀ ଓଡିଶାର ଖୋର୍ଦ୍ଧା, ପୁରୀ, ନୟାଗଡର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଫେବୃଆରୀ ୨୫ ତାରିଖରେ ଉପକୂଳବର୍ତ୍ତୀ ଓଡିଶାର ଅଧିକାଂଶ ସ୍ଥାନ,ତ୍ତଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.