Latest Odisha News

BREAKING NEWS

ଓପିଏସସି ପକ୍ଷରୁ ଘୋଷିତ ହେଲା ‘ଓଡ଼ିଶା ସିଭିଲ ସର୍ଭିସ’ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ୨୦୧୯ ଓଡ଼ିଶା ସିଭିଲ ସର୍ଭିସ (ଓସିିଏସ)ପ୍ରିଲିମିନାରୀ ପରୀକ୍ଷା ତାରିଖ ଏହାର ୱେବସାଇଟ ରେ ଘୋଷିତ ହୋଇଛି । ଏହି ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓସିଏସର ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ।

ରାଜ୍ୟର ଯେଉଁ ୫ଟି ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ସେହି ଜୋନ ଗୁଡ଼ିକ ହେଲା – ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ।

ୱେବସାଇଟକୁ ଯାଇ ସମସ୍ତ ପ୍ରାର୍ଥୀମାନେ ସେମାନଙ୍କର ଆଡ଼ମିଶନ ସାର୍ଟିଫିକେଟ ଓ ପରୀକ୍ଷାର୍ଥୀଙ୍କ ଲାଗି ଥିବା ନିର୍ଦ୍ଦେଶାବଳୀକୁ ଡ଼ାଉନଲୋଡ଼ କରିପାରିବେ ବୋଲି ଓପିଏସସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଓସିଏସର ଏହି ପରୀକ୍ଷା ମାଧ୍ୟମରେ ୧୫୩ଟି ଗ୍ରୁପ ଏ ଏବଂ ଗ୍ରୁବ ବି ପଦବୀ ପୂରଣ ହୋଇପାରିବ । ଗ୍ରୁପ ଏରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଓଡ଼ିଶା ପୋଲିସ ସର୍ଭିସ (ଓପିଏସ) ପଦବୀ ଗୁଡ଼ିକ ରହିଛି ।

ସେହିପରି ଭାବେ ଗ୍ରୁପ ବିରେ ଓଡ଼ିଶା କୋ-ଅପରେଟିଭ, ଓଡ଼ିଶା ରେଭିନ୍ୟୁ ସର୍ଭିସ, ଓଡ଼ିଶା ଟ୍ୟାକ୍ସେସନ ଏବଂ ଆକାଉଣ୍ଟ ସର୍ଭିସ ରହିଛି ।

Leave A Reply

Your email address will not be published.