Latest Odisha News

BREAKING NEWS

ଫୁଟବଲର ଥୋମାସ୍ ପାର୍ଟେଙ୍କୁ ଭିସା ଦେଲାନି କାନାଡ଼ା, ବିଶ୍ୱକପ୍‌ ଓପନର୍‌ରୁ ବାଦ୍, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଟରଣ୍ଟୋ: ଫିଫା ବିଶ୍ୱକପ୍ ୨୦୨୬ ମଧ୍ୟରେ ଘାନା ଜାତୀୟ ଫୁଟବଲ୍ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅଭିଜ୍ଞ ମିଡ୍‌ଫିଲ୍ଡର ତଥା ସହକପ୍ତାନ ଥୋମାସ୍ ପାର୍ଟେଙ୍କୁ କାନାଡ଼ା ସରକାର ପ୍ରବେଶ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆଉ ଏହାର କାରଣ ଜାଣିଲେ ଖାସ କରି ଭାରତରେ ରହୁଥିବା ଲୋକ ଜାଣିଲେ ମୁଣ୍ଡରେ ହାତ ଦେବେ।

 

କାରଣ ଏହି ଖ୍ୟାତନାମା ଖେଳାଳିଙ୍କ ବିରୋଧରେ ବ୍ରିଟେନ୍‌ରେ ଚାଲିଛି ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ମାମଲା। ଏଥି ଯୋଗୁଁ କାନାଡ଼ା ପ୍ରଶାସନ ତାଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଏହି ନିଷ୍ପତ୍ତି ବିରୋଧରେ ପାର୍ଟେଙ୍କ ଆଇନଗତ ଦଳ କାନାଡ଼ାର ଫେଡେରାଲ କୋର୍ଟରେ ଏକ ଜରୁରୀକାଳୀନ ଆବେଦନ କରିଥିଲେ ମଧ୍ୟ ଜଷ୍ଟିସ ରୋଜର ଲାଫ୍ରେନିୟର ତାହାକୁ ଖାରଜ କରିଦେଇଛନ୍ତି।

 

କୋର୍ଟଙ୍କ ଏହି ଅର୍ଡର କାରଣରୁ ପାନାମା ବିପକ୍ଷରେ ବୁଧବାର ଦିନ ଅର୍ଥାତ ଆଜି ଟରଣ୍ଟୋରେ ହେବାକୁ ଥିବା ଘାନାର ପ୍ରଥମ ବିଶ୍ୱକପ୍ ମ୍ୟାଚ୍‌ରୁ ପାର୍ଟେ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ବର୍ତ୍ତମାନ ସ୍ପେନ୍‌ର ଭିଲାରିଆଲ୍ କ୍ଲବ୍ ପାଇଁ ଖେଳୁଥିବା ୩୨ ବର୍ଷୀୟ ପାର୍ଟେଙ୍କ ଉପରେ ଆର୍ସେନାଲ୍ କ୍ଲବ୍‌ରେ ଥିବା ସମୟରେ ଅର୍ଥାତ୍ ୨୦୨୦ ରୁ ୨୦୨୫ ମଧ୍ୟରେ ଏକାଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସଂଗୀନ ଅଭିଯୋଗ ରହିଛି।

 

କାନାଡ଼ାର ଇମିଗ୍ରେସନ ବିଭାଗ ସ୍ପଷ୍ଟ କରିଛି ଯେ ସେମାନଙ୍କ ଦେଶର ଆଇନ ଅନୁଯାୟୀ କୌଣସି ବିଦେଶୀ ନାଗରିକଙ୍କ ବିରୋଧରେ ଅଭିଯୋଗ ଥିଲେ ବିନା ଦଣ୍ଡବିଧାନରେ ମଧ୍ୟ ତାଙ୍କୁ ପ୍ରବେଶ ଅନୁମତି ନଦିଆଯାଇପାରେ।

 

ଏକ ସତ୍ୟପାଠ ମାଧ୍ୟମରେ ପାର୍ଟେ ନିଜ ସପକ୍ଷରେ କହିଛନ୍ତି ଯେ ସେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଏବଂ ସେ ନିର୍ଦ୍ଦୋଷ । ଅନ୍ୟପଟେ ଘାନାର ବୈଦେଶିକ ମନ୍ତ୍ରଣାଳୟ କାନାଡ଼ାର ଏହି କଠୋର ଆଭିମୁଖ୍ୟକୁ ଅତ୍ୟନ୍ତ ଅନ୍ୟାୟ ବୋଲି ସମାଲୋଚନା କରିଛି। ଦଳର ମୁଖ୍ୟ କୋଚ୍ କାର୍ଲୋସ କୁଇରୋଜ୍ କହିଛନ୍ତି ଯେ ସେ ବର୍ତ୍ତମାନର ସ୍ଥିତି ଅନୁସାରେ ଉପଲବ୍ଧ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ। ପାର୍ଟେ ବର୍ତ୍ତମାନ ଆମେରିକାରେ ଥିବା ଦଳର ବେସ୍ କ୍ୟାମ୍ପରେ ରହିବେ ଏବଂ ଆମେରିକା ମାଟିରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ସେ ଦଳ ପାଇଁ ଖେଳିପାରିବେ।

Comments are closed.