Latest Odisha News

BREAKING NEWS

ମଟନ (ମାଂସ) ଏକବର୍ଣ୍ଣୀ

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ

ଆବଶ୍ୟକୀୟ ଉପକରଣ: – ମଟନ- ୫୦୦ ଗ୍ରା.ମ, ବସୁମତୀ ଚାଉଳ- ୨୫୦ ଗ୍ରା.ମ., ବଡ଼ ପିଆଜ ୩/୪ଟା, ଅଦା ରସୁଣ ବଟା, ଗାଜର, ବିନସ୍‌, ଗ୍ରୀନ ମଟର, ଫୁଲକୋବି, ଲୁଣ, ସୋରିଷ ତେଲ,ଜିରା ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି ୧-୩ ଚାମଚ, ଗରମ ମସଲା ଗୁଣ୍ଡ, ଗୋଟା ଗରମ ମସଲା- ଡାଳଚିନି, ଗୁଜୁରାତି, ଲବଙ୍ଗ ୨/୪,ଗୋଲମରିଚ, ଜାଇତ୍ରୀ, ତେଜପତ୍ର -୨ ଓ ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ: –ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଲୁଣ, ହଳଦୀ, ଦହି ଗୋଳାଇ ରଖିବା । ପ୍ରେସର କୁକରରେ ସୋରିଷ ତେଲ ପକାଇବା । ତେଲ ତାତିଗଲେ ତେଜପତ୍ର ପକାଇବା ତା’ପରେ ଡାଲଚିନି, ଗୁଜୁରାତି , ଗୋଲମରିଚ, ଲବଙ୍ଗ ପକାଇବା । ଟିକେ ଭାଜି ହୋଇଗଲେ ପିଆଜ କାଟି ପକାଇବା । ପିଆଜ ବାଦାମୀ ରଙ୍ଗ ହୋଇଗଲେ ଅଦା , ରସୁଣ ବଟା ପକେଇବା । ସେଥିରେ ଜିରା, ଧନିଆ ପାଉଡର, ଲଙ୍କା ପାଉଡର ଓ ଆବଶ୍ୟକ ଅନୁସାରେ ଲୁଣ ପକେଇବା । ଭଲ ଭାବେ କଷି ହୋଇଗଲେ ଗୋଳା ହୋଇଥିବା ମଟନକୁ ପକାଇବା । ଭଲ ଭାବେ କଷିବା । କଷି ହୋଇଗଲେ ତାକୁ ପାଣି ଦେଇ ପ୍ରେସର ବନ୍ଦ କରିଦେବା । ଅନ୍ୟ ଏକ କଡ଼େଇରେ ତେଲ ପକାଇବା, ତେଲ ଗରମ ହେଲେ ସେଥିରେ କୋବି, ଗାଜର ଓ ବିନସ୍‌କୁ କାଟି ତେଲରେ ଭାଜିବା । ପରେ ଗ୍ରୀନ ମଟର ପକାଇବା । ଟିକେ ଭାଜି ହୋଇଗଲେ ଅଲଗା ରଖିବା । କଷା ମଟନ୍ ଅଧାଅଧି ସିଝିଗଲେ ପ୍ରେସର ବନ୍ଦ କରିଦେବା । କିଛି ସମୟ ପରେ ପ୍ରେସର ଖୋଲି ପୂର୍ବରୁ ଭଜା ହୋଇ ରହିଥିବା ପରିବା ପକାଇବା । ତା’ପରେ ଚାଉଳକୁ ଧୋଇ ପକାଇ ଦେବା । ପୁଣି ପ୍ରେସର ବନ୍ଦ କରି ଗୋଟିଏ ହୁଇସିଲ ପରେ ଗ୍ୟାସ ବନ୍ଦ କରିଦେବା । ପ୍ରେସର ଆପେ ଆପେ ଖୋଲିବା ଯାଏ ଅପେକ୍ଷା କରିବା ।

ଏବେ ପ୍ରସ୍ତୁତ ହୋଇଗଲା ମଟନ ଏକବର୍ଣ୍ଣୀ । ପ୍ରେସର ଖୋଲିବା ପରେ ଗରମ ମସଲା ଗୁଣ୍ଡ ଓ ଧନିଆପତ୍ର ପକାଇଦେବା । ଦହି, କାକୁଡ଼ି, କଞ୍ଚା ଲଙ୍କା , ଧନିଆ ପତ୍ରର ସାଲାଡ଼ ସହିତ ଗରମ ଗରମ ପରଷିବା ।

କୁଣ୍ଢେଇବେଣ୍ଟ ସାହି, ପୁରୀ

Leave A Reply

Your email address will not be published.