Latest Odisha News

BREAKING NEWS

ବିଗ ବେନ୍‌ଠାରୁ ୩ଗୁଣା ଅଧିକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଯିବ

ନୂଆଦିଲ୍ଲୀ:  ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି । ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ  ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ ସୁନାମୀ ଆସିବାର ଭୟ ମଧ୍ୟ ରହିଛି । ଏହି ବିରାଟକାୟ ଉଲକାପିଣ୍ଡ  ଘଣ୍ଟା ପ୍ରତି ୪୬ ହଜାର ୫ ଶହ କିଲୋମିଟର ବେଗରେ ଗତି କରୁଛି । ଏହି ଉଲକା ପିଣ୍ଡର ନାମ ୨୦୧୦ ଏନୱାଇ ୬୫ ରଖାଯାଇଛି । ଏହାର ଲମ୍ବ ୧୦୧୭ ଫୁଟ ବୋଲି ଜଣାପଡ଼ିଛି ।

ନାସା ପକ୍ଷରୁ କୁହାଯାଇଛି ଯେ ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ପୃଥିବୀ ପ୍ରତି ଏହାର କୌଣସି ବିପଦ ନାହିଁ । ଜୁନ୍ ମାସରେ ପୃଥିବୀ ନିକଟ ଦେଇ ଉଲକାପିଣ୍ଡ ଗତି କରିବାର ଏହା ହେବ ତୃତୀୟ ଘଟଣା । ପୂର୍ବରୁ ଜୁନ୍ ୬ରେ ପୃଥିବୀ ଦେଇ ଅତିକ୍ରମ କରିଥିଲା ଅଷ୍ଟ୍ରୋଏଡ ବା ଉଲକା ପିଣ୍ଡ ଯାହାର ନାଁ ଥିଲା ୨୦୦୨ ଏନଏନ ୪ ।

Leave A Reply

Your email address will not be published.