Latest Odisha News

BREAKING NEWS

କରୋନା ଆତଙ୍କ: ଆଗାମୀ ୧୦ ଦିନ ଯାଏଁ ବନ୍ଦ ରହିବ ଏହି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତା ୧୦ ଦିନ ଯାଏଁ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। କରୋନା ସଂକ୍ରମିତ ବରିଷ୍ଠ ଅଧିକାରୀଙ୍କ ଯୋଗୁଁ ପ୍ରଶାସନ ଏହି ନିଷ୍ପତ୍ତିକୁ ନେଇଥିବା ପ୍ରକାଶ କରିଛି । ସୂଚନାନୁସାରେ, ୧୦ ଜଣ ପ୍ରଶାସନିକ ଅଧିକାରୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁଁ କୁଦାଖଣ୍ଡି, ଛତ୍ରପୁର ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ଅଧିକାରୀ ଏବଂ କର୍ମଚାରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବୁଧବାର ଦିନ ଗଞ୍ଜାମ ଜିଲ୍ଲାରେ ୭୬ ନୂଆ କରୋନା ମାମଲା ଚିହ୍ନଟ ହେବା ସହ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ଅଛନ୍ତି।

Leave A Reply

Your email address will not be published.